ରାଶି ଓ ନକ୍ଷତ୍ର
ପୃଥିବୀ ବର୍ଷକୁ ଥରେ ସୂର୍ଯ୍ୟଙ୍କର ଚାରିଆଡ଼େ ଘୁରି ଆସେ, କିନ୍ତୁ ଜ୍ୟୋତିଷ ଗଣନାର ସୁବିଧା ପାଇଁ ପଣ୍ଡିତମାନେ କଳ୍ପନା କରିଅଛନ୍ତି ଯେ ସମୁଦାୟ ଆକାଶ ବା ଖ-ଗୋଳରେ ଥାଇ ସୂର୍ଯ୍ୟ ୧୨ ମାସ (୩୬୫ ଦିନ ବା ଏକ ସୌର ବର୍ଷ)ରେ ପୃଥିବୀର ଚାରିଆଡ଼େ ଥରେ ଘୁରି ଆସନ୍ତି । ବର୍ଷକ ୧୨ ମାସ ଥିବାରୁ ଖ-ଗୋଳ (୩୬୦ ଡିଗ୍ରୀ)କୁ ୧୨ ଭାଗରେ ବିଭକ୍ତ କରା ଯାଇଅଛି । ଏହି ପ୍ରତ୍ୟେକ ଭାଗ ୩୦ ଡିଗ୍ରୀ ଅଟେ ଓ ପ୍ରତ୍ୟେକ ୩୦ ଡିଗ୍ରୀ ପରିମିତ ସୀମା ମଧ୍ୟରେ ଦେଖା ଯାଉଥିବା କେତେକ ଉଜ୍ଜଳ ନକ୍ଷତ୍ରମାନଙ୍କୁ ଯୋଗ କରି ଗୋଟିଏ ଗୋଟିଏ ଜୀବ (ଯଥା- ମେଷ, ବୃଷ, ମିଥୁନ, କକଡ଼ା, ସିଂହ, କନ୍ୟା, ବିଛା, ମକର, ମୀନ)ର ବା ବସ୍ତୁ (ତୁଳାଯନ୍ତ୍ର, ଧନୁ, କୁମ୍ଭ)ର ଛବି କଳ୍ପନା ସାହାଯ୍ୟରେ ଅଙ୍କିତ କରାଯାଇ ସେହି ନକ୍ଷତ୍ରମାନଙ୍କୁ ସେହି ଜୀବ ବା ବସ୍ତୁ ନାମରେ ଡକାଯାଉଅଛି । ଉଦାହରଣସ୍ୱରୁପ ଦେଖାଯିବ ଯେ ଯେଉଁ ୩୦ ଡିଗ୍ରୀ ସୀମା ମଧ୍ୟରେ ବିଛା ରାଶି ଅବସ୍ଥିତ ସେଥିରେ ଥିବା ଉଜ୍ଜଳ ନକ୍ଷତ୍ରଗୁଡ଼ିକୁ ଯୋଗ କଲେ ଗୋଟିଏ କଙ୍କଡ଼ା ବିଛାର ରୂପ କଳ୍ପିତ ହୋଇପାରିବ । ଏଥିପାଇଁ ଉକ୍ତ ୩୦ ଡିଗ୍ରୀକୁ ବିଛାରାଶି ନାମରେ ଡକାଯାଏ । ଚନ୍ଦ୍ର ପୃଥିବୀର ଚାରିଆଡ଼େ ୩୦ଦିନରେ ଥରେ ଘୁରି ଆସନ୍ତି। ଏଥିପାଇଁ ଚାନ୍ଦ୍ରମାନ ମାସକ ୩୦ ଦିନ ଓ ଚାନ୍ଦ୍ରମାନ ବର୍ଷକ ୩୬୦ଦିନ ।
ପ୍ରତ୍ୟେକ ନକ୍ଷତ୍ର ପୃଥିବୀର ଚାରିଆଡ଼େ ୨୭ଦିନରେ ଥରେ ଘୁରି ଆସେ । ଏଥିପାଇଁ ନାକ୍ଷତ୍ରିକ ମାସ ୨୭ଦିନ । ନକ୍ଷତ୍ରମାନଙ୍କୁ ହିନ୍ଦୁ ଜ୍ୟୋତିଷମାନେ ୨୭ଟି ସ୍ୱତନ୍ତ୍ର ତାରକାପୁଞ୍ଜରେ ବିଭକ୍ତକରି ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଁଏ ସ୍ୱତନ୍ତ୍ର ନାମ ଦେଇ ଅଛନ୍ତି । ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ନକ୍ଷତ୍ରମାନେ ପୂର୍ବରେ ଉଦିତ ହୋଇ ପଶ୍ଚିମରେ ଅସ୍ତ ଯାଆନ୍ତି । ସବୁ ନକ୍ଷତ୍ର ଆକାଶର ଉତ୍ତରଦିଗରେ ଥିବା ଧ୍ରୁବ ନକ୍ଷତ୍ରକୁ କେନ୍ଦ୍ର କରି ତାହାର ଚାରିଆଡ଼େ ପୂର୍ବରୁ ପଶ୍ଚିମକୁ ବୁଲୁଅଛନ୍ତି । ଧ୍ରୁବନକ୍ଷତ୍ର ପୃଥିବୀର ଉତ୍ତରମେରୁର ଠିକ ମୁଣ୍ଡ ଉପରେ ଆକାଶରେ ଅବସ୍ଥିତ । ଏହା ସର୍ବଦା ଆକାଶରେ ଏକ ସ୍ଥାନରେ ସ୍ଥିର ହୋଇଥାଏ, ଏହାର ଉଦୟ ବା ଅସ୍ତ ନାହିଁ । ନାବିକମାନେ ଓ ମରୁଭୂମିରେ ଭୁଆଁବୁଲିବା ବାଟୋଇମାନେ ଏହି ଧ୍ରୁବନକ୍ଷତ୍ରକୁ ଦେଖି ଅକୂଳ ସମୁଦ୍ରରେ ଓ ଅପନ୍ତରା ମରୁଭୂମିରେ ରାତ୍ରିରେ ଦିଗ ନିର୍ଣ୍ଣୟ କରନ୍ତି । ଏ ଧ୍ରୁବ ନକ୍ଷତ୍ରକୁ ଚିହ୍ନିବା ସହଜ ଅଟେ । ଉତ୍ତରାକାଶରେ ସପ୍ତର୍ଷିମଣ୍ଡଳ ନାମକ ୭ଟି ଉଜ୍ଜଳ ନକ୍ଷତ୍ରବିଶିଷ୍ଟ ଗୋଟିଏ ନକ୍ଷତ୍ର ପୁଞ୍ଜ ଅଛି; ଏହି ମଣ୍ଡଳର ମୁଣ୍ଡପାଖର ୨ଟି ନକ୍ଷତ୍ର ଯୋଗ କରି ସେହି ଗାରକୁ ବଢ଼ାଇଦେଲେ ତାହା ଧ୍ରୁବ ତାରା ପାଖ ଦେଇଯିବ । ଥରେ ଧ୍ରୁବତାରାକୁ ଓ ସପ୍ତର୍ଷିମଣ୍ଡଳକୁ ଚିହ୍ନି ରଖିଲେ ତାରାମାନଙ୍କୁ ଚିହ୍ନିବା ସହଜ ହୁଏ । ପ୍ରତିଦିନ ପ୍ରତି ନକ୍ଷତ୍ର ପୂର୍ବଦିନ ଅପେକ୍ଷା ୪ ମିନିଟ ଲେଖାଏଁ ଡେରି କରି ଉଦିତ ହୁଏ; ଅର୍ଥାତ ଆଜି ଯେଉଁ ତାରା ସନ୍ଧ୍ୟା ୭ଟାବେଳେ ଉଇଁଛି କାଲି ସେ ତାରା ଉଇଁଲାବେଳକୁ ୭ଟା ବାଜି ୪ ମିନିଟ ହୋଇଥିବ । ସୂର୍ଯ୍ୟ ଯେଉଁ ରାଶିରେ ଯେଉଁ ମାସରେ ଅବସ୍ଥାନ କରୁଥାଆନ୍ତି ସୌରମାସର ନାମକରଣ ସେହି ରାଶିର ନାମ ଅନୁସାରେ ହୁଏ । ଯେଉଁ ଚାନ୍ଦ୍ରମାସର ପୂର୍ଣ୍ଣିମାର ସନ୍ଧ୍ୟାରେ ଚନ୍ଦ୍ର ଯେଉଁ ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ସେହି ନକ୍ଷତ୍ରର ନାମ ଅନୁସାରେ ତାହା ପୂର୍ବର ଚାନ୍ଦ୍ରମାସର ନାମକରଣ ହୁଏ; ଯଥା ବୈଶାଖ ପୂର୍ଣ୍ଣିମାରେ ଚନ୍ଦ୍ର ବିଶାଖା ନକ୍ଷତ୍ର ସଙ୍ଗେ ଉଦିତ ହୁଅନ୍ତି ବୋଲି ପୂର୍ବବର୍ତ୍ତୀ ମାସର ନାମ ବୈଶାଖ । ଆକାଶରେ ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜମାନଙ୍କ ଅବସ୍ଥିତିମାନଙ୍କୁ ଧ୍ରୁବତାରାର ଅବସ୍ଥିତି ସଙ୍ଗେ ଓ ପରସ୍ପରର ଅବସ୍ଥିତି ସଙ୍ଗେ ତୁଳନା କଲେ ଧ୍ରୁବର ଅବସ୍ଥିତି ବଦଳୁନଥିବା ବୋଲି ଜଣାଯାଏ ।
ପ୍ରାଚୀନ ହିନ୍ଦୁମାନେ ଚନ୍ଦ୍ରର ଗତିପଥର ସୀମା ମଧ୍ୟରେ ଥିବା ଭିନ୍ନ ଭିନ୍ନ ନକ୍ଷତ୍ରମାନଙ୍କୁ ୨୭ଟି ନାମ ଦେଇଥିଲେ ଓ ଏ ୨୭ ନକ୍ଷତ୍ରରୁ ଅଧିକା ଅଭିଜିତ ନାମରେ ଆଉ ଗୁଡିଏ ନକ୍ଷତ୍ରକୁ ହିନ୍ଦୁମାନେ ନାମ ଦେଇଥିଲେ । ହିନ୍ଦୁମାନଙ୍କ ବାରଟି ରାଶିର ନାମ ସଙ୍ଗେ ପ୍ରାଚୀନ ମିଶର, ଆରବ, ଗ୍ରୀସ ଓ ରୋମବାସୀମାନଙ୍କ ଦିଆ ନାମର ସମାନତା ଅଛି । ଯଥା ହିନ୍ଦୁମାନଙ୍କ ସିଂହ ରାଶି = ଗ୍ରୀକମାନଙ୍କର ଲିଓ (Leo)= ସିଂହ; କିନ୍ତୁ ହିନ୍ଦୁମାନଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମ ସଙ୍ଗେ ଗ୍ରୀକ ଆଦିଙ୍କ ପ୍ରଦତ୍ତ ନକ୍ଷତ୍ରମାନଙ୍କ ନାମର ସାମଞ୍ଜସ୍ୟ ଦେଖାଯାଏ ନାହିଁ । ହିନ୍ଦୁ ଜ୍ୟୋତିଷୋକ୍ତ ୨୭ନକ୍ଷତ୍ର ଯଥାକ୍ରମେ ପଶ୍ଚିମରୁ ପୂର୍ବଆଡ଼କୁ ଦେଖା ଯାଆନ୍ତି ।
ଖଗୋଳ = ୪ ସମକୋଣ = ୩୬୦ ଡିଗ୍ରୀ । ଏହି ୩୬୦ ଡିଗ୍ରୀକୁ ୧୨ଟି ରାଶି ଏବଂ ୨୭ଟି ନକ୍ଷତ୍ର ଅଧିକାର କରିଅଛି । ପ୍ରତ୍ୟେକ ରାଶିର ଅଧିକୃତ ସ୍ଥାନ = ୩୬୦/୧୨ = ୩୦ ଡିଗ୍ରୀ, ଏବଂ ପ୍ରତ୍ୟେକ ନକ୍ଷତ୍ରର ଅଧିକୃତ ସ୍ଥାନ = ୩୬୦/୨୭ = ୧୩ ୧/୩ ଡିଗ୍ରୀ; ଅର୍ଥାତ ପ୍ରତ୍ୟେକ ରାଶିର ସୀମା ମଧ୍ୟରେ ୨ ୧/୪ ନକ୍ଷତ୍ର ଅଛି ।
- ମେଷ ରାଶି (La-Aries, En-The Ram) = ୧ ଅଶ୍ୱିନୀ ନକ୍ଷତ୍ର + ୧ ଦ୍ୱିଜା + ୧/୪ କୃତ୍ତିକା
- ବୃଷ (La-Taurus, En-The bull) = ୩/୪ କୃତ୍ତିକା + ୧ ରୋହିଣି + ୧/୨ ମୃଗଶିରା
- ମିଥୁନ (La-Gemini, En-The twins) = + ୧/୨ ମୃଗଶିରା + ୧ ଆର୍ଦ୍ରା + ୩/୪ ପୁନର୍ବସୁ
- କର୍କଟ (La-Cancer, En-The crab) = ୧/୪ ପୁନର୍ବସୁ+ ୧ ପୁଷ୍ୟା + ୧ ଅଶ୍ଳେଷା
- ସିଂହ (La-Leo, En-Lion) = ୧ ମଘା + ୧ ପୂର୍ବଫାଲ୍ଗୁନୀ + ୧/୪ ଉତ୍ତର ଫାଲ୍ଗୁନୀ
- କନ୍ୟା (La-Virgo, En-Virgin) = ୩/୪ ଉତ୍ତର ଫାଲ୍ଗୁନୀ + ୧ ହସ୍ତା + ୧ ଚିତ୍ରା
- ତୁଳା (La-Libra, En-The scales) = ୧/୨ ଚିତ୍ରା + ୧ ସ୍ୱାତି + ୩/୪ ବିଶାଖା
- ବିଛା (La-Scorpio, En-Scorpion) = ୧/୪ ବିଶାଖା + ୧ ଅନୁରାଧା + ୧ ଜ୍ୟେଷ୍ଠା
- ଧନୁ (La-Sagitarius, En-The archer) = ୧ ମୂଲା + ୧ ପୂର୍ବାଷାଢ଼ା + ୧/୪ ଉତ୍ତରାଷାଢ଼ା
- ମକର (La-Capricornus, En-Capricorn) = ୩/୪ ଉତ୍ତରାଷାଢ଼ା + ୧ ଶ୍ରବଣା + ୧/୨ ଧନିଷ୍ଠା
- କୁମ୍ଭ (La-Aquarius, En-Water-bearer) = ୧/୨ ଧନିଷ୍ଠା + ୧ ଶତଭିଷା + ୩/୪ ପୂର୍ବ ଭାଦ୍ରପଦ
- ମୀନ (La-Pisces, En-Fishes) = ୧/୪ ପୂର୍ବ ଭାଦ୍ରପଦ + ୧ ଉତ୍ତର ଭାଦ୍ରପଦ + ୧ ରେବତୀ
୧. ଅଶ୍ୱିନୀ
[ସମ୍ପାଦନା]୨. ଦ୍ୱିଜା
[ସମ୍ପାଦନା](ଭରଣୀ, ଯମ)
୩. କୃତ୍ତିକା
[ସମ୍ପାଦନା](ମାତୃମଣ୍ଡଳ, ବହୁଳା, ଅନଳ)
୪. ରୋହିଣି
[ସମ୍ପାଦନା](ପ୍ରଜାପତି, ରୋହିତ ତାରା)
୫. ମୃଗଶିରା
[ସମ୍ପାଦନା](ବିଧୁ, ଏଣବ)
୬. ଆର୍ଦ୍ରା
[ସମ୍ପାଦନା](ଶୂଳିନୀ)
୭. ପୁନର୍ବସୁ
[ସମ୍ପାଦନା](ସୁରମାତା)
୮. ପୁଷ୍ୟା
[ସମ୍ପାଦନା](ଗୁରୂ)
୯. ଅଶ୍ଳେଷା
[ସମ୍ପାଦନା](ଭୁଜଙ୍ଗ, ରାହୁ)
୧୦. ମଘା
[ସମ୍ପାଦନା](ପିତୃ)
୧୧. ପୂର୍ବଫାଲ୍ଗୁନୀ
[ସମ୍ପାଦନା](ଯୋନିଭ, ଅର୍ଜୁନୀ)
୧୨. ଉତ୍ତର ଫାଲ୍ଗୁନୀ
[ସମ୍ପାଦନା](ଅର୍ଯ୍ୟମା)
୧୩. ହସ୍ତା
[ସମ୍ପାଦନା](କରୀ)
୧୪. ଚିତ୍ରା
[ସମ୍ପାଦନା](ତ୍ୱଷ୍ଟା, ନାଭିତାରା)
୧୫. ସ୍ୱାତି
[ସମ୍ପାଦନା](ବାୟୁ, ନିଷ୍ଠ୍ୟ)
୧୬. ବିଶାଖା
[ସମ୍ପାଦନା]୧୭. ଅନୁରାଧା
[ସମ୍ପାଦନା](ମିତ୍ର)
୧୮. ଜ୍ୟେଷ୍ଠା
[ସମ୍ପାଦନା](ବାସବ)
୧୯. ମୂଳା
[ସମ୍ପାଦନା]୨୦. ପୂର୍ବାଷାଢ଼ା
[ସମ୍ପାଦନା]୨୧. ଉତ୍ତରାଷାଢ଼ା
[ସମ୍ପାଦନା](ବିଶ୍ୱ)
୨୨. ଶ୍ରବଣା
[ସମ୍ପାଦନା](କେଶବ)
୨୩. ଧନିଷ୍ଠା
[ସମ୍ପାଦନା](ଶ୍ରବିଷ୍ଠା, ଧନ)
୨୪. ଶତଭିଷା
[ସମ୍ପାଦନା](ଶତତାରକା)
୨୫. ପୂର୍ବ ଭାଦ୍ରପଦ
[ସମ୍ପାଦନା]୨୬ ଉତ୍ତର ଭାଦ୍ରପଦ
[ସମ୍ପାଦନା]୨୭. ରେବତୀ
[ସମ୍ପାଦନା]୨୮. ଅଭିଜିତ
[ସମ୍ପାଦନା]ଅଶ୍ୱିନୀଠାରୁ ରେବତୀ ପର୍ଯ୍ୟନ୍ତ ୨୭ ନକ୍ଷତ୍ର ମଧ୍ୟରେ ଚାନ୍ଦ୍ରମାନ ମାସକୁ ବାଣ୍ଟିଲା ବେଳକୁ କିଛି ନିଅଣ୍ଟ ଦେଖାଯିବାରୁ ହିନ୍ଦୁ ଜ୍ୟୋତିଷମାନେ ଏହାକୁ ଅଷ୍ଟାବିଂଶ ନକ୍ଷତ୍ର ରୂପେ ଗଣନା କରିଅଛନ୍ତି । ଏହା ଧନିଷ୍ଠା ନକ୍ଷତ୍ର ଲାଞ୍ଜ ଦିଗରେ ଅବସ୍ଥିତ । ସୌର ଜଗତ ଏହି ତାରା ଆଡ଼କୁ ଗତି କରୁ ଅଛି ବୋଲି ପାଶ୍ଚାତ୍ୟ ପଣ୍ଡିତମାନେ କହନ୍ତି । ବହୁ ସହସ୍ର ବର୍ଷ ପୂର୍ବେ ଏହି ତାରା ଧ୍ରୁବତାରା (Pole star) ଥିବାର ପଣ୍ଡିତମାନେ ନିର୍ଣ୍ଣୟ କରନ୍ତି ।
ଏହି ୨୮ ନକ୍ଷତ୍ର ବା ତାରାପୁଞ୍ଜ ଛଡ଼ା ଆଉ ଅନେକ ଗୁଡ଼ିଏ ନକ୍ଷତ୍ର ବା ତାରକା ଆକାଶରେ ଦେଖା ଯାଆନ୍ତି । ହିନ୍ଦୁ ଜ୍ୟୋତିଷିମାନେ ତହିଁରୁ କେତେଗୁଡିଏର ନାମକରଣ କରି ଅଛନ୍ତି ।
ବଡ଼ ସପ୍ତର୍ଷିମଣ୍ଡଳ
[ସମ୍ପାଦନା](ପିତୃଗଣ; ଚିତ୍ରଶିଖଣ୍ଡୀ; ଋକ୍ଷମଣ୍ଡଳ) (En:The Great Bear; The Plough; Charle’s Wain; The Wagon; The Butcher’s cleaver) ଉତ୍ତରାକାଶରେ ଧ୍ରୁବତାରାକୁ କେନ୍ଦ୍ର କରି ତା ଚାରିପାଖରେ କିଛିଦୂର ଛଡ଼ାରେ ଘୂରୁଥିବା ୭ଟି ଉଜ୍ଜଳ ତାରା ୧:କ୍ରତୁ, ୨: ପୂଲହ, ୩. ପୂଲସ୍ତ୍ୟ, ୪. ଅତ୍ରି, ୫. ଅଙ୍ଗିରା, ୬. ବଶିଷ୍ଠ, ୭. ମରୀଚି ।
ଅରୁନ୍ଧତୀ
[ସମ୍ପାଦନା](La:Alcor; Fr:Saidak) ଉତ୍ତରାକାଶରେ ସପ୍ତର୍ଷିମଣ୍ଡଲର ଲାଞ୍ଜର ଶେଷ ମୁଣ୍ଡ ତାରକାକୁ ଛାଡ଼ି ଗୋଟିଏ ତାରା (୬ଷ୍ଠ ତାରା) ନିକଟରେ ଥିବା କ୍ଷୁଦ୍ର ତାରା । ହିନ୍ଦୁମାନେ ବିଶ୍ୱାସ କରନ୍ତି ଯେ ମରିବାର ୬ମାସ ପୂର୍ବରୁ ଏ ତାରା ମନୁଷ୍ୟର ଆଖିକୁ ଦେଖାଯାଏ ନାହିଁ । ପୁରାଣରେ ଅଛି ଯେ ସପ୍ତର୍ଷିଙ୍କ ପତ୍ନୀମାନଙ୍କୁ ଇନ୍ଦ୍ର ପ୍ରଲୋଭନ ଦେଖାଇବାରୁ ବଶିଷ୍ଠ ପତ୍ନୀ ଅରୁନ୍ଧତୀଙ୍କ ଛଡ଼ା ଅନ୍ୟ ୬ ଜଣଙ୍କ ମନ ବିଚଳିତ ହେଲା । ସପ୍ତର୍ଷିମାନେ ଏ କଥା ଜାଣିପାରି ଅବିଚଳିତା ଅରୁନ୍ଧତୀଙ୍କୁ ବଶିଷ୍ଠଙ୍କ ପାଖେ ସ୍ଥାନ ଦେଲେ ଓ ବାକି ୬ ଜଣଙ୍କୁ ନିଜ ନିଜ ପାଖରୁ ତଡ଼ିଦେଲେ । ସେମାନେ ଯାଇ କୃତ୍ତିକାପୁଞ୍ଜରେ ରହିଲେ । ଅରୁନ୍ଧରୀ ପତିବ୍ରତା ନାରୀର ଆଦର୍ଶ । ଏଥିପାଇଁ ବିବାହିତ ଦମ୍ପତି ପାଣିଗ୍ରହଣବିଧି ଶେଷରେ ସାଙ୍ଗ ହୋଇ ବଷିଷ୍ଟ ଓ ଅରୁନ୍ଧତୀ ନକ୍ଷତ୍ରଦ୍ୱୟଙ୍କୁ ଦର୍ଶନ କରିବାର ବିଧି ଅଛି ।
ଧ୍ରୁବତାରା
[ସମ୍ପାଦନା](ସୌମ୍ୟଧ୍ରୁବ; ଶିଶୁମାର ପୁଚ୍ଛ) (North pole star; The Polaris) ସବୁ ନକ୍ଷତ୍ର ମଧ୍ୟରେ କେବଳ ଏହି ଧ୍ରୁବତାରା ସ୍ଥିର ଓ ଅଚଳ । ଆକାଶମଣ୍ଡଳର ଅନ୍ୟ ସମସ୍ତ ତାରା ଧ୍ରୁବକୁ କେନ୍ଦ୍ର କରି ପୂର୍ବରୁ ପଶ୍ଚିମକୁ ବେଙ୍ଗଳା ପରି ଘୂରୁଛନ୍ତି। ଏ ତାରା ଅପେକ୍ଷାକୃତ ନିଶ୍ଚଳ ଥିଲେ ମଧ୍ୟ ଏହାର ଗତି ଅଛି ।
ଛୋଟ ସପ୍ତର୍ଷିମଣ୍ଡଳ
[ସମ୍ପାଦନା](ଶିଶୁମାରମଣ୍ଡଳ; ଧ୍ରୁବାମଣ୍ଡଳ; ଧ୍ରୁବପୁଞ୍ଜ)(La:Ursa Minoris; La: Polaris; En:The Little or Lesser Bear; Ar:Arkas; Ar:Kochab; Ar:Pherkad )
ଧ୍ରୁବମତ୍ସ୍ୟ
[ସମ୍ପାଦନା](Gr:Thuban; Ar;Rastaban)
କାଶ୍ୟପୀୟ ମଣ୍ଡଳ
[ସମ୍ପାଦନା](En:Lady’s chair or The lady in ther throne, Caph, Cedar)
ବ୍ରହ୍ମ କଟାହ
[ସମ୍ପାଦନା](ବ୍ରହ୍ମ ମଣ୍ଡଳ) (Gr:Aige Cappella; Ar:Alajoth, Menakalinnan)
କାଳପୁରୂଷ ପୂଞ୍ଜ
[ସମ୍ପାଦନା](ରୁଦ୍ର; ଅଗ୍ରହାୟଣ) (En:Orion)
ଆପାଂବତ୍ସ
[ସମ୍ପାଦନା](ଆପାଂନପାତ୍) (Theta Virginus)
ଅଗସ୍ତ୍ୟ
[ସମ୍ପାଦନା](Canopus)
ଯାମୀ
[ସମ୍ପାଦନା](ଯମୂନା; ନଦୀମୂଖ; ଶୂଳ) (La:Acherner; En Eridani; Alpha Eridani)
ତ୍ରିଶଙ୍କୁନଣ୍ଡଳ
[ସମ୍ପାଦନା](Southern Cross)
ଜୟ
[ସମ୍ପାଦନା](Alpha Centauris): ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ପ୍ରଥମ ତାରା ।
ବିଜୟ
[ସମ୍ପାଦନା](Beta Centauris) : ମହିଷାସୁର ମଣ୍ଡଳ ବା କିନ୍ନର ମଣ୍ଡଳର ଦ୍ୱିତୀୟ ତାରା ।
ସାରମେୟ ଯୁଗଳ
[ସମ୍ପାଦନା](କାଳକଞ୍ଜ ମଣ୍ଡଳ) (Cor Caroli or Charle’s heart)
ପରଶୁରାମ ମଣ୍ଡଳ
[ସମ୍ପାଦନା](Perseus; Merfak; Algol; Caput)
ମତ୍ସ୍ୟ ମୂଖ
[ସମ୍ପାଦନା](Formalhaut)
କାଳୀୟ
[ସମ୍ପାଦନା](ହ୍ରଦ ସର୍ପ; ରାହୁମଣ୍ଡଳ) (Hydra)
ତିମି ମଣ୍ଡଳ
[ସମ୍ପାଦନା](Cetus)
ଆଧାର
[ସମ୍ପାଦନା]ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |